Sunday, January 26, 2014

Windows 8.1 ରେ ଓଡ଼ିଆ ଠିକ ଟାଇପ ହେଉଛି

In Windows 8.1 Odia default input and rendering is correct.


Windows 7 ରେ ଓଡ଼ିଆ ଲିପିରେ କମ୍ପ୍ୟୁଟରରେ ଟାଇପ କରିବାରେ ଅନେକ ସମସ୍ୟା ଥିଲା। ଅନେକ ବର୍ଣ୍ଣ ବା ଯୁକ୍ତାକ୍ଷର ଠିକ ଟାଇପ ଭାବେ ଟାଇପ ହେଇ ପାରୁ ନଥିଲା।

କିନ୍ତୁ Windows 8.1 ରେ ଏବେ ସବୁ ଅକ୍ଷର ଏବଂ ଯୁକ୍ତାକ୍ଷର ଠିକ ଭାବେ ଟାଇପ କରି ହେଉଛି।

ଜଣେ ପ୍ରଶ୍ନ କରିଥିଲେ ଯେ ଆଗରୁ CDAC-ର LEAP OFFICE ଏବଂ ISM OFFICE ସଭ୍ଟୱେବର ମାନଙ୍କରେ

ସବୁ ଅକ୍ଷର ଉପର ହର୍ଶ୍ୱ ଇ ର ମାତ୍ରା ଲାଗୁଥିଲା, କିନ୍ତୁ ୱିଣ୍ଡୋଜର ଡିଫୋଲ୍ଟ କୀବୋର୍ଡ ରେ କଳିଙ୍ଗ ଫୋଣ୍ଟରେ ଟାଇପ କରିବା ବେଳେ

କି ଗି ଘି ଙି ଚି ଛି ଜି ଝି ଢି ଟି ଠି ଡି ଢି ଣି ତି ଦି ନି ପି ଫି ବି ଭି ମି ଯି ୟି ରି ଳି ଲି ବି ୱି ଶି ଷି ସି ହି

ରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ହେଉଅଛି।

କିନ୍ତୁ

ଖି ଥି ଧି

ବର୍ଣମାନଙ୍କରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ନ ହୋଇ ତଳ-ପଟେ ପ୍ରକଟ ହେଉଅଛି।

ଏହି ବର୍ଣମାନଙ୍କରେ ମଧ୍ୟ ତଳପଟେ ମାତ୍ରା କେମିତି ଟାଇପ କରି ହେବ?

ଏହା ଏମିତି ଟାଇପ କଲେ ହୋଇପାରିବ।

ଖ ଟାଇପ କରି ତାପରେ Control+Shift ଚିପି ଧରି 2 ଟାଇପ କରନ୍ତୁ

ଅର୍ଥାତ୍ ଖ+ZWNJ+ି

ଟାଇପ କଲେ

ଖ‌ି
ଟାଇପ ହୋଇପାରିବ।

ଏହି ପରି

ଥ‌ି, ଧ‌ି

ମଧ୍ୟ ଟାଇପ କରିହେବ। ଖ, ଥ ଓ ଧ ରେ ଇ-ମାତ୍ରା (ି) ଉପର ପଟେ ପ୍ରକଟ କରିହେବ।

(2)

ଆଉ ଜଣେ ବନ୍ଧୁ ପ୍ରଶ୍ନ କରିଥିଲେ-

ର+୍+କ = ର୍କ ପରି ସବୁ ରେଫ ସବୁ ବର୍ଣ୍ଣ ରେ ଏପରି ପ୍ରକଟ ହୁଏ।

ର୍କ ର୍ଖ ର୍ଗ ର୍ଘ ର୍ଙ ର୍ଚ ର୍ଛ ର୍ଜ ର୍ଝ ର୍ଞ ର୍ଟ ର୍ଠ ର୍ଡ ର୍ଢ ର୍ଣ ର୍ତ ର୍ଥ ର୍ଦ ର୍ଧ ର୍ନ ର୍ପ ର୍ଫ ର୍ବ ର୍ଭ ର୍ମ ର୍ଯ ର୍ୟ ର୍ର ର୍ଳ ର୍ଲ ର୍ୱ ର୍ଶ ର୍ଷ ର୍ସ ର୍ହ

ପୁଣି କ+୍+ୟ = କ୍ୟ ପରି ସବୁ ବର୍ଣ୍ଣ ରେ 'ୟ-ଫଳା' ପ୍ରକଟ ହୁଏ। ଯଥା-

କ୍ୟ ଖ୍ୟ ଗ୍ୟ ଘ୍ୟ ଙ୍ୟ ଚ୍ୟ ଛ୍ୟ ଜ୍ୟ ଝ୍ୟ ଞ୍ୟ ଟ୍ୟ ଠ୍ୟ ଡ୍ୟ ଢ୍ୟ ଣ୍ୟ ତ୍ୟ ଥ୍ୟ ଦ୍ୟ ଧ୍ୟ ନ୍ୟ ପ୍ୟ ଫ୍ୟ ବ୍ୟ ଭ୍ୟ ମ୍ୟ ଯ୍ୟ ର୍ୟ ଳ୍ୟ ଲ୍ୟ ୱ୍ୟ ଶ୍ୟ ଷ୍ୟ ସ୍ୟ ହ୍ୟ

ଏଠାରେ ର୍ୟ ରୂପରେ ପ୍ରକଟ ନ ହୋଇ ର‍୍ୟ ରୁପେ କେମିତି ପ୍ରକଟ ହୋଇ ପାରିବ?

ଏହା ପାଇଁ ଏମିତି ଟାଇପ କରନ୍ତୁ--

ର+ZWJ+୍+ୟ ଟାଇପ କରନ୍ତୁ

ଅର୍ଥାତ୍ ଟାଇପ କରିଲା ପରେ Control+Shift ଚିପି ଧରି 1 ଟାଇପ କରନ୍ତୁ ଏବଂ ଏହାପରେ ହଲନ୍ତ (୍) ଟାଇପ କରି ୟ ଟାଇପ କରନ୍ତୁ। ଏହା ଏପରି ପ୍ରକଟ ହୋଇପାରିବ।

ର‍୍ୟ