Sunday, September 5, 2010

ମୋବାଇଲ ଫୋନ ରେ ଓଡ଼ିଆ ଇନପୁଟ

ମୋବାଇଲ ଫୋନ ରେ ଓଡ଼ିଆ ଇନପୁଟ

ବଜାର ରେ ମିଳୁଥିବା ସବୁ ମୋବାଇଲ ଫୋନ ରେ ଓଡ଼ିଆରେ ଏସ.ଏମ.ଏସ. କିମ୍ବା ଈମେଲ କରିବାର ସୁବିଧା ଦେଖିବାକୁ ମିଳେ ନାହିଁ. କିନ୍ତୁ ହିନ୍ଦୀ, ବଂଗଳା, ତେଲଗୁ, ତାମିଲ, ଗୁଜରାତୀ... ଆଦି.. ରେ ଏସ.ଏମ.ଏସ. ଏବଂ ଈ-ମେଲ କରିବାର ସୁବିଧା ଅନେକ ମୋବାଇଲ ମୋଡେଲ ରେ ଉପଲବ୍ଧ ଥାଏ।

ବର୍ତମାନ ନବୀନତମ I-phone ରେ, Nokia Lumia ରେ, ଏବଂ ସସ୍ତା 1100 ଟଙ୍କାରେ ମିଳୁଥିବା Nokia ମୋବାଇଲ ଫୋନରେ ଓଡ଼ିଆ ସୁବିଧା ଆସିଗଲାଣି। ମୋବାଇଲ ଫୋନ କିଣିବା ପୂର୍ବରୁ ସମସ୍ତେ ଦୋକାନୀ କୁ ମାଗିବା ଉଚିତ ଯେ ଓଡ଼ିଆରେ ଏସ.ଏମ.ଏସ. ଏବଂ ଆନ୍ତର୍ଜାତୀୟ ଯୁନିକୋଡ ଷ୍ଟାଣ୍ଡର୍ଡର ଓଡ଼ିଆ ଏବଂ ହିନ୍ଦୀ ରେ ସବୁ କାମ କରିବାର ସୁବିଧା ଥିବା ମୋବାଇଲ ହିଁ ଆମେ କିଣିବୁ।