Sunday, January 26, 2014

Windows 8.1 ରେ ଓଡ଼ିଆ ଠିକ ଟାଇପ ହେଉଛି

In Windows 8.1 Odia default input and rendering is correct.


Windows 7 ରେ ଓଡ଼ିଆ ଲିପିରେ କମ୍ପ୍ୟୁଟରରେ ଟାଇପ କରିବାରେ ଅନେକ ସମସ୍ୟା ଥିଲା। ଅନେକ ବର୍ଣ୍ଣ ବା ଯୁକ୍ତାକ୍ଷର ଠିକ ଟାଇପ ଭାବେ ଟାଇପ ହେଇ ପାରୁ ନଥିଲା।

କିନ୍ତୁ Windows 8.1 ରେ ଏବେ ସବୁ ଅକ୍ଷର ଏବଂ ଯୁକ୍ତାକ୍ଷର ଠିକ ଭାବେ ଟାଇପ କରି ହେଉଛି।

ଜଣେ ପ୍ରଶ୍ନ କରିଥିଲେ ଯେ ଆଗରୁ CDAC-ର LEAP OFFICE ଏବଂ ISM OFFICE ସଭ୍ଟୱେବର ମାନଙ୍କରେ

ସବୁ ଅକ୍ଷର ଉପର ହର୍ଶ୍ୱ ଇ ର ମାତ୍ରା ଲାଗୁଥିଲା, କିନ୍ତୁ ୱିଣ୍ଡୋଜର ଡିଫୋଲ୍ଟ କୀବୋର୍ଡ ରେ କଳିଙ୍ଗ ଫୋଣ୍ଟରେ ଟାଇପ କରିବା ବେଳେ

କି ଗି ଘି ଙି ଚି ଛି ଜି ଝି ଢି ଟି ଠି ଡି ଢି ଣି ତି ଦି ନି ପି ଫି ବି ଭି ମି ଯି ୟି ରି ଳି ଲି ବି ୱି ଶି ଷି ସି ହି

ରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ହେଉଅଛି।

କିନ୍ତୁ

ଖି ଥି ଧି

ବର୍ଣମାନଙ୍କରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ନ ହୋଇ ତଳ-ପଟେ ପ୍ରକଟ ହେଉଅଛି।

ଏହି ବର୍ଣମାନଙ୍କରେ ମଧ୍ୟ ତଳପଟେ ମାତ୍ରା କେମିତି ଟାଇପ କରି ହେବ?

ଏହା ଏମିତି ଟାଇପ କଲେ ହୋଇପାରିବ।

ଖ ଟାଇପ କରି ତାପରେ Control+Shift ଚିପି ଧରି 2 ଟାଇପ କରନ୍ତୁ

ଅର୍ଥାତ୍ ଖ+ZWNJ+ି

ଟାଇପ କଲେ

ଖ‌ି
ଟାଇପ ହୋଇପାରିବ।

ଏହି ପରି

ଥ‌ି, ଧ‌ି

ମଧ୍ୟ ଟାଇପ କରିହେବ। ଖ, ଥ ଓ ଧ ରେ ଇ-ମାତ୍ରା (ି) ଉପର ପଟେ ପ୍ରକଟ କରିହେବ।

(2)

ଆଉ ଜଣେ ବନ୍ଧୁ ପ୍ରଶ୍ନ କରିଥିଲେ-

ର+୍+କ = ର୍କ ପରି ସବୁ ରେଫ ସବୁ ବର୍ଣ୍ଣ ରେ ଏପରି ପ୍ରକଟ ହୁଏ।

ର୍କ ର୍ଖ ର୍ଗ ର୍ଘ ର୍ଙ ର୍ଚ ର୍ଛ ର୍ଜ ର୍ଝ ର୍ଞ ର୍ଟ ର୍ଠ ର୍ଡ ର୍ଢ ର୍ଣ ର୍ତ ର୍ଥ ର୍ଦ ର୍ଧ ର୍ନ ର୍ପ ର୍ଫ ର୍ବ ର୍ଭ ର୍ମ ର୍ଯ ର୍ୟ ର୍ର ର୍ଳ ର୍ଲ ର୍ୱ ର୍ଶ ର୍ଷ ର୍ସ ର୍ହ

ପୁଣି କ+୍+ୟ = କ୍ୟ ପରି ସବୁ ବର୍ଣ୍ଣ ରେ 'ୟ-ଫଳା' ପ୍ରକଟ ହୁଏ। ଯଥା-

କ୍ୟ ଖ୍ୟ ଗ୍ୟ ଘ୍ୟ ଙ୍ୟ ଚ୍ୟ ଛ୍ୟ ଜ୍ୟ ଝ୍ୟ ଞ୍ୟ ଟ୍ୟ ଠ୍ୟ ଡ୍ୟ ଢ୍ୟ ଣ୍ୟ ତ୍ୟ ଥ୍ୟ ଦ୍ୟ ଧ୍ୟ ନ୍ୟ ପ୍ୟ ଫ୍ୟ ବ୍ୟ ଭ୍ୟ ମ୍ୟ ଯ୍ୟ ର୍ୟ ଳ୍ୟ ଲ୍ୟ ୱ୍ୟ ଶ୍ୟ ଷ୍ୟ ସ୍ୟ ହ୍ୟ

ଏଠାରେ ର୍ୟ ରୂପରେ ପ୍ରକଟ ନ ହୋଇ ର‍୍ୟ ରୁପେ କେମିତି ପ୍ରକଟ ହୋଇ ପାରିବ?

ଏହା ପାଇଁ ଏମିତି ଟାଇପ କରନ୍ତୁ--

ର+ZWJ+୍+ୟ ଟାଇପ କରନ୍ତୁ

ଅର୍ଥାତ୍ ଟାଇପ କରିଲା ପରେ Control+Shift ଚିପି ଧରି 1 ଟାଇପ କରନ୍ତୁ ଏବଂ ଏହାପରେ ହଲନ୍ତ (୍) ଟାଇପ କରି ୟ ଟାଇପ କରନ୍ତୁ। ଏହା ଏପରି ପ୍ରକଟ ହୋଇପାରିବ।

ର‍୍ୟ






Tuesday, May 15, 2012

ଏଡୋବେ ଈନଡିଜାଇନରେ ଓଡ଼ିଆ ଭାଷା ସମର୍ଥନ ଆସିଲା

Indic Support in InDesign CS6
ଏଡୋବେ ଈନଡିଜାଇନରେ ଓଡ଼ିଆ ଭାଷା ସମର୍ଥନ ଆସିଲା

ଭାରତୀୟ ମୁଦ୍ରଣ ଏବଂ ପ୍ରକାଶନ ଉଦ୍ୟୋଗମାନଙ୍କ ପାଇଁ ଏହା ଏକ ବଡ଼ ଖୁଶୀଖବର ଯେ ଏଡୋବେ ଇନଡିଜାଇନ କ୍ରିଏଟିଭ ଶୂଟ-6 ରେ ୟୁନିକୋଡ ମାନଦଣ୍ଡ ସମର୍ଥିତ ଓଡ଼ିଆ ଓପେନ ଟାଇପ ଫୋଣ୍ଟ ରେ ମଧ୍ୟ ପାରମ୍ପରିକ ରୂପରେ ଅକ୍ଷର ବା ଯୁକ୍ତାକ୍ଷରମାନଙ୍କ ସ୍ପଷ୍ଟ ପରିଦର୍ଶନ ଏବଂ ମୁଦ୍ରଣ କରିବାର ସୁବିଧା ରିଲୀଜ ହେବାର ଘୋଷଣା କରାଯାଇଅଛି।

ଏହା ପୂର୍ବରୁ ଡି.ଟି.ପି. ଏବଂ ଛପାଇବା ପାଇଁ ପେଜ-ଡିଜାଇନ କରିବା ପାଇଁ ପୁରୁଣା ପେଜମେକର ଇତ୍ୟାଦି ସଫ୍ଟୱେୟର ରେ ୟୁନିକୋଡ ରେ ପାଠ୍ୟ ସଂଯୋଜନା ହେଇପାରୁ ନଥିଲା। ସେଥିପାଇଁ ୱେବସାଇଟରେ ଦେବା ପାଠ୍ୟ କୁ ୟୁନିକୋଡରେ ଏବଂ ମୁଦ୍ରିତ ଖବରକାଗଜମାନଙ୍କରେ ପୁରୁଣା ASCII ଆଧାରିତ 8-ବିଟ ଫୋଂଟ ରେ କାର୍ୟ୍ୟ କରିବାକୁ ପଡ଼ୁଥିଲା। ଏବଂ ଦୁଣ ଫୋଣ୍ଟ ପ୍ରଣାଲୀ ମଧ୍ୟରେ ପରିବର୍ତ୍ତନ କରିବାପାଇଁ ବିଭିନ୍ନ ଉପକରଣର ସାହାଜ୍ୟ ନେବାକୁ ପଡ଼ୁଥିଲା ଏବଂ ବାରମ୍ବାର ପାଠ୍ୟ କୁ ପ୍ରୂଫ ରୀଡିଂଗ ଏବଂ ସମ୍ପାଦନ କରିବାକୁ ପଡ଼ୁଥିଲା।

ଏବେ ସମସ୍ତେ ବିଶ୍ୱସ୍ତରୀୟ ୟୁନିକୋଡ ମାନଦଣ୍ଡ ସମର୍ଥିତ ଫୋଣ୍ଟରେ ଓଡ଼ିଆ ରେ ଠିକ ପ୍ରଦର୍ଶନ ଏବଂ ମୁଦ୍ରଣ କରିପାରିବେ। ଏହି ସଫ୍ଟୱେବର ରେ ୱର୍ଲ୍ଡ ରେଡ୍ଡୀ କମ୍ପୋଜର (WRC) ମାଧ୍ୟମରେ ଏହି ବ୍ୟବସ୍ଥା ଠିକ କରାଯାଇଅଛି। ଓଡ଼ିଆ ଲିପିକୁ ଡିଫୋଲ୍ଟ ରୂପରେ ମଧ୍ୟ ସେଟ କରିବାପାଇଁ ପ୍ରିଫରେନ୍ସେସ ରେ ବିକଲ୍ପ ଚୟନ ପାଇଁ ସୁବିଧା ଦିଆଛାଇଛି।

ଏଡୋବେ ସି.ଏସ.-6 ସଫ୍ଟୱେବର ପୈକେଜ 4 ପ୍ରକାର ସମୂହ ରେ ବଜାର ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି। ମାସ୍ଟର କଲେକ୍ଶନ (. 1.56 ଲକ୍ଷ), ଜିଜାଇନ, ୱେବ ପ୍ରିମିୟମ ଏବଂ ପ୍ରୋଡକ୍ଶନ ପ୍ରିମିୟମ (. 1.14 ଲକ୍ଷ) ଏବଂ ଡିଜାଇନ ସ୍ଟାଣ୍ଡର୍ଡ (. 78,288). ଏହି ମଲ୍ୟ ଭାରତୀୟ ଛୋଟ ପ୍ରେସ ମାନଙ୍କପାଇଁ ବହୁତ ଅଧିକ ମନେ ହୁଏ। କିନ୍ତୁ ଏଡୋବେକୁ ଏହି ସଫ୍ଟୱେବର ମାଧ୍ୟମରେ ଭାରତୀୟ ବଜାର ରୁ ଏକ ହଜାର କୋଟି ଡଲରରୁ ଅଧିକର ବିକ୍ରୟ-ଆୟ ହେବାର ଆଶା ଅଛି।

ସନ୍ଦର୍ଭ ଦେଖନ୍ତୁ -- http://www.thehindu.com/sci-tech/article3349487.ece

Saturday, November 19, 2011

Oriya rendering in Windows7

Windows-7, ରେ ପ୍ରଥମ ଥର ପାଈଁ ଓଡ଼ିଆ ୟୁନିକୋଡର ସୁବିଧା ଆସିପାରିଛି।

ଏଥିରେ ଓଡ଼ିଆ ପାଇଁ କଲିଂଗ kalinga ଫୋଂଟ ପ୍ରୟୋଗ ହେଉଛି। ଏଇଟା ଅତି ସୁନ୍ଦର ଏବଂ ସ୍ପଷ୍ଟ ଅଟେ।

Windows-7ର ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ Danda ଟାଇପ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କାରଣ ଓଡ଼ିଆ Danda ୟୁନିକୋଡ ରେ ଅଲଗାକରି କୋଡିଂଗ କରାଯାଇ ନାହିଁ। ଏହା ଦେବନାଗରୀ ୟୁନିକୋଡ ରୁ ହିଁ ଟାଇପ କରାଯାଏ। ଅନ୍ୟ ଓଡ଼ିଆ ଆଈ.ଏମ.ଈ. ରେ ଏହା ଦେବନାଦରୀ ରୁ ନିଆ ଜାଏ। କିନ୍ତୁ ଓଡ଼ିଆ ଫୋଂଟ ରେ ପୂର୍ଣ୍ଣଚ୍ଛେଦର ଗ୍ଲୀଫ ଏଛି। ସେଥିରୁ କାମ ଚଳି ଯାଏ।

ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ ର ବ୍ୟବସ୍ଥା କଲେ ଏହା ଟାଇପ କରାଯାଇପାରେ। କିନ୍ତୁ କଳିଂଗ ଫୋଂଟ ରେ ଆ-କାର ମାତ୍ରା ଏବଂ ପୂର୍ଣ୍ଣଚ୍ଛେଦ ଏକାପ୍ରକାର ଦେଖାଯାଏ ଏବଂ ଭ୍ରମ ସୃଷ୍ଟି କରେ। ପୂର୍ଣ୍ଣଚ୍ଛେଦ ପୂର୍ବରୂ କିଛି ସ୍ପେସ ଦେଲେ ଏବଂ ଏହାକୁ ଆକାର-ମାତ୍ରାରୁ ଟିକେ ଅଧିକା ଉଚ୍ଚା କଲେ ଭଲ ହୁଅନ୍ତା।

ପୁନଶ୍ଚ କଳିଂଗ ଫୋଂଟ ରେ- 'ୱ' ଫଳା U0B4D+U0B71 ଅର୍ଥାତ୍ ହଲନ୍ତ ଏବଂ 'ୱ' ଅକ୍ଷର ଟାଇପ କଲେ ଆସେ,ଯାହା କି ମଧୁ ବାବୂଙ୍କ ବର୍ଣ୍ଣବୋଧ ଅନୁସାରେ ଠିକ ଅଟେ। ଯଥା-

ଜ୍ୱାଲା, ଦ୍ୱାରିକା, ପକ୍ୱ, ତତ୍ୱ, ବିଶ୍ୱ

କିନ୍ତୁ, CDACର ଏବଂ ଅନ୍ୟ ମାନଙ୍କର ଓଡ଼ିଆ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ ଆସେ। ଏବା ପ୍ରଚଳିତ ପାଠ୍ୟ ଅନୁସାରେ ଠିକ, କିନ୍ତୁ 'ବ' ଏବଂ 'ୱ' ରେ ଭ୍ରମ ସୃଷ୍ଟି କରେ। କଲିଂଗ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ 'ବ' ଫଳା ଆସେ, ଯାହା ଧ୍ୱନି ବିଜ୍ଞାନ ଅନୁସାରେ ଠିକ, ଯଥା

ଜ୍ବାଲା, ଦ୍ବାରିକା, ପକ୍ବ, ତତ୍ବ, ବିଶ୍ବ, ବୁଦ୍ବୁଦ

ସମସ୍ତ ଫୋଂଟ ନିର୍ମାତାଙ୍କୁ ୟୁନିକୋଡ ରେ ଏକ ନିଶ୍ଚିତ ପଦ୍ଧତି ଅନୁସରଣ କରିବା ଉଚିତ।

ଓଡ଼ିଶା ସରକାରଙ୍କ ପ୍ରତିନିଧି ଅନ୍ୟ ଓଡ଼ିଆ ଫୋଣ୍ଟ ନିର୍ମାତାଙ୍କୁ 'କଲିଂଗ' ଫୋଂଟର ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।

Sunday, September 5, 2010

ମୋବାଇଲ ଫୋନ ରେ ଓଡ଼ିଆ ଇନପୁଟ

ମୋବାଇଲ ଫୋନ ରେ ଓଡ଼ିଆ ଇନପୁଟ

ବଜାର ରେ ମିଳୁଥିବା ସବୁ ମୋବାଇଲ ଫୋନ ରେ ଓଡ଼ିଆରେ ଏସ.ଏମ.ଏସ. କିମ୍ବା ଈମେଲ କରିବାର ସୁବିଧା ଦେଖିବାକୁ ମିଳେ ନାହିଁ. କିନ୍ତୁ ହିନ୍ଦୀ, ବଂଗଳା, ତେଲଗୁ, ତାମିଲ, ଗୁଜରାତୀ... ଆଦି.. ରେ ଏସ.ଏମ.ଏସ. ଏବଂ ଈ-ମେଲ କରିବାର ସୁବିଧା ଅନେକ ମୋବାଇଲ ମୋଡେଲ ରେ ଉପଲବ୍ଧ ଥାଏ।

ବର୍ତମାନ ନବୀନତମ I-phone ରେ, Nokia Lumia ରେ, ଏବଂ ସସ୍ତା 1100 ଟଙ୍କାରେ ମିଳୁଥିବା Nokia ମୋବାଇଲ ଫୋନରେ ଓଡ଼ିଆ ସୁବିଧା ଆସିଗଲାଣି। ମୋବାଇଲ ଫୋନ କିଣିବା ପୂର୍ବରୁ ସମସ୍ତେ ଦୋକାନୀ କୁ ମାଗିବା ଉଚିତ ଯେ ଓଡ଼ିଆରେ ଏସ.ଏମ.ଏସ. ଏବଂ ଆନ୍ତର୍ଜାତୀୟ ଯୁନିକୋଡ ଷ୍ଟାଣ୍ଡର୍ଡର ଓଡ଼ିଆ ଏବଂ ହିନ୍ଦୀ ରେ ସବୁ କାମ କରିବାର ସୁବିଧା ଥିବା ମୋବାଇଲ ହିଁ ଆମେ କିଣିବୁ।

Thursday, May 31, 2007

How to read write Oriya in Unicode in internet

ଓଡ଼ିଆରେ ଇଣ୍ଟରନେଟ୍‌ରେ କେମିତି ପଢ଼ି ପାରିବା?

ପ୍ରଥମେ ଏଠାରୁ ଓଡ଼ିଆ ଓ.ଟି. ଫୋଣ୍ଟ ଡାଉନଲୋଡ କରନ୍ତୁ--

http://ildc.gov.in/Oriya/download/C-DAC/GIST-OT-FONTS-INSTALLER.zip

ଏଥିରୁ ଓଡ଼ିଆ ଜିଷ୍ଟ- ମୁକ୍ତା (GIST-OROTMukta) ଫୋଣ୍ଟ ଉଦ୍ଧାର କରି ଇନ୍ଷ୍ଟାଲ କରନ୍ତୁ।

ଯଦି ଆପଣ IE6 ଇଣ୍ଟରନେଟ ଏକ୍ସପ୍ଲୋରର-୬ ବ୍ରାଉଜର ପ୍ରୟୋଗ କରଛନ୍ତି, ତାହାଲେ ନିମ୍ନଲିଖିତ ସେଟିଂଗ କରନ୍ତୁ--

-- Goto 'Tools' menu
-- Select/click on 'Internet Options...'
-- Find 'Fonts...' Tab and click on it
-- In front of 'Langauge Script' Tab select 'Oriya' from the drop down list
-- In the 'Web page font' box select "GIST-OROTMukta Normal"
-- Click on 'OK' and again on 'OK' in next dialogue box.

========

(2)

କମ୍ପ୍ୟୂଟରରେ ଆନ୍ତର୍ଜାତିକ ମାନକୀକୃତ ଓଡ଼ିଆ ଭାଷା/ଲିପିରେ କାର୍ଯ୍ୟ କରିବାର କ୍ଷମତା କେମିତି ସକ୍ଷମ କରିବା?

Windows XP ଓପରେଟିଂଗ ସୀଷ୍ଟମ ରେ--

For enabling Oriya/Indic(Indian languages) on Windows XP -
Please follow the following procedure :

1. Go to "Control Panel" (from the “Start” button)

2. Go to "Regional and Language Options".

3. Click the “Languages” tab.

4. Check (click) the line marked “Install files for complex scriptsand right to left languages (including Thai)”
This may ask for "Windows XP CD" to be inserted in source drive if only English Languaged selected at the time of original OSinstallation.

5. Follow the installation/instructions

6. Reboot/restart the computer.

7. Again go to Start-->Control Panel-->Regional and Language Options-->Language-->Details...-->Add...-->Add Input Langages
and select Oriya and other required languages from the drop down list one by one.

As Oriya is not released/enabled in Windows XP now, "HINDI" has to be selected presently.

Oriya input/display possible anyhow now under "Hindi" setting.

But proper rendering of some conjucts in traditional form may notappear in some computers. However this will be automatically rectified in future.

(3)

ଓଡ଼ିଆ ରେ କେମିତି ଟାଇପ କରି ପାରିବା?

Windows XP ଓପରେଟିଂଗ ସୀଷ୍ଟମ ରେ--

ଏଠାରୁ ଓଡ଼ିଆ ଓ.ଟି. ଫୋଣ୍ଟ ଡାଉନଲୋଡ ଏବଂ ଇନ୍ଷ୍ଟାଲ କରନ୍ତୁ--

http://ildc.gov.in/Oriya/4unicodedriver.htm

ଏହା ଦ୍ବାରା ଆପଣ ଓଡ଼ିଆ ୟୁନିକୋଡ ସେ କମ୍ପ୍ୟୂଟର ରେ ଟାଇପ କରିବାରିବେ।

=====

In English, if you can't read above in Oriya Unicode Text.


Indian Language (Indic) Unicode Email Messages can be viewed clearly on the Computers with "Windows 2000/XP/Vista with Indic enabled"or "Linux" Operatating Systems.

How to enable Oriya/Indic(Indian languages) in Windows XP.

For enabling Oriya/Indic(Indian languages) on Windows XP - Please follow the following procedure :

1. Go to "Control Panel" (from the “Start” button)

2. Go to "Regional and Language Options".

3. Click the “Languages” tab.

4. Check (click) the line marked “Install files for complex scriptsand right to left languages (including Thai)”

This may ask for "Windows XP CD" to be inserted in source drive ifonly English Languaged selected at the time of original OSinstallation.

5. Follow the installation/instructions

6. Reboot/restart the computer.

7. Again go to Start-->Control Panel-->Regional and Language Options-->Language-->Details...-->Add...-->Add Input Langages
and select languages from the drop down list one by one.

As Oriya is not released/enabled in Windows XP now, "HINDI" has to beselected. Oriya input/display possible anyhow now under "Hindi"setting.

But proper rendering of some conjucts in traditional form may notappear in some computers. However this will be automatically rectified in future.

8. Add keyboard layout/IME"Hindi Traditional" and Oriya IME (being uploaded to "files" sectionof this group).

9. Download and install Oriya Opentype font from --http://zope.gnowledge.org/Gnoware/localization/Samyak_Font/new/Samyak.ttf/
or
http://oriya.sarovar.org/download/utkal.ttf.gz

You should be able to view/type in Indian Languages messages.

10. Indian Language Yahoo Group Messages are frequently appeared as corrupted due to technical reasons.

Generally these can be displayed correctly by selecting each-time (each new webpage)
"menu View-->Encoding-->Unicode(Utf8)"of browser IE5.5 and above.

11. If still the Email Messagses of this group can not be viewed inOriya (or other Indic), read them in Group athttp://groups.yahoo.com/group/Orissa-IT/messages

Wednesday, May 2, 2007

ଭୁବନେଶ୍ବରରେ ଅଳିଆ ଜାଳିବା ପ୍ରତିବନ୍ଧିତ କରାଜାଉ...

ଭୁବନେଶ୍ବରରେ ଅଳିଆ ଜାଳିବା ପ୍ରତିବନ୍ଧିତ କରାଜାଉ...

ପୃଥ୍ବୀ ର ଉତ୍ତାପ ବୃଦ୍ଧି ସାଙ୍ଗକୁ ବର୍ତ୍ତମାନ ଭୁବନେଶ୍ବର ନଗରର ଉତ୍ତାପ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି। ସବୁ ସ୍କୂଲ କଲେଜମାନଙ୍କୁ ୧୦.୩୦ ରେ ବନ୍ଦ କରି ଛୁଟି କରିବା ପାଇଁ ସରକାରୀ ଆଦେଶ ଦିୟା ଜାଇଅଛି। ସମୁଦ୍ର ଉପ-କୂଲବର୍ତ୍ତୀ ଅଞ୍ଚଳ ହେବାରୁ ଏଠି ବାୟୁରେ ଆର୍ଦ୍ରତା(HUMIDITY) ଅଂଶ ଶତକଡ଼ା ୯୯ ଭାଗ ପର୍ଯ୍ୟନ୍ତ ବଢ଼ି ଜାଏ ଏବଂ ମଣିଷ ଝାଳରେ ଗାଧୋଇପଡ଼ି ଆଳୁ ପରି ସିଝିବାର କଷ୍ଟକର ଅନୁଭବ କରୁଛନ୍ତି।

ପରିବେଶ ସୁରକ୍ଷା ପାଇଁ ଅନେକ ଗଛ ଲଗାଜିବା, ବନ ସୃଜନ କାର୍ଯ୍ୟ ରେ ବହୁ ଅର୍ଥ ବ୍ୟୟ କରା ଜିବା ସତ୍ତ୍ବେ ସେଥିରୁ କେତେ ଚାରା ବଞ୍ଚିଲା, କେତେ ବଡ଼ ହେଲା, କେତେ ମରିଗଲା... ଏହାର କୌଣସି ହିସାବ ରଖାଜାଏ ନାହିଁ।

ଓଡ଼ିଶାର ରାଜଧାନୀ ଭୂବନେଶ୍ବର ନଗରରେ ଅଳିଆ ଆବର୍ଜନାକୁ ବହିନେଇ ବିଭିନ୍ନ ଖାଲ ଜାଗାମାନଙ୍କରେ ପକାଇ ଦିୟା ଜିବାର ବ୍ୟବସ୍ଥା ନଗରପାଳିକା ତରଫରୁ କିଛି ପରିମାଣରେ କରାଜାଇଛି, କିନ୍ତୁ ଏହାର ପୁନଃ ଉପଯୋଗ କରିବାର କୌଣସି ଉପଯୁକ୍ତ ବ୍ୟବସ୍ଥା ବର୍ତ୍ତମାନସୁଧା ହୋଇ ନାହିଁ। ଶହୀଦନଗରରେ ଏକ ଘରୋଇ ସଂସ୍ଥା ତରଫରୁ ଅଳିଆ ଆବର୍ଜ୍ଜନାରୁ ଖତ ତିଆରି କରିବାପାଇଁ ଅଳ୍ପ ପରିମାଣର କିଛି କାର୍ଯ୍ୟ କରାଜିବାର କୁହାଯାଏ।

ନଗରପାଳିକା ତରଫରୁ ପ୍ରତିଦିନ ସକାଳେ ରାସ୍ତା ଘାଟ ସଫା ସୁଥୁରା କରିବା ପାଇଁ କିଛି ସ୍ଥାୟୀ କର୍ମଚାରୀ ନିଯୁକ୍ତ ଅଛନ୍ତି, ତୋ କିଛି ପରିମାଣର ଏହି କାର୍ଯ୍ୟ ଠିକାଦାର କର୍ମଚାରୀ ମାନଙ୍କ ମାଧ୍ୟମରେ କରାଯାଏ। କିନ୍ତୁ ଅଳିଆ ଆବର୍ଜ୍ଜନା କୁ ବୋହି ନେଇ ଯିବାର ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଦେଖା ଯାଏ ଯେ ଏହି ନଗରପାଳିକା କର୍ମଚାରୀମାନେ ସକାଳେ ଅଳିଆ ଗୁଡ଼ା ଗଳିମାନଙ୍କରେ ବିଭିନ୍ନ ଜାଗାରେ ଏକାଠି କରି ନିଁଆ ଲଗେଇ ଦେଇ ପଳାଇ ଜାନ୍ତି।

ଅଳିଆରେ ଲାଗି ଥିବା ନିଁଆରୁ ଘଣ୍ଟା-ଘଣ୍ଟା ସମୟ ଧରି ବିଷାକ୍ତ ଧୁଁଆ ଉଡ଼ି ଆଖ-ପାଖ ଘରମାନଙ୍କରେ ପ୍ରବେଶ କରି ଦୁର୍ଗନ୍ଧ ସହ ଆଖିରେ ପୋଡ଼ା ଜଳା ସୃଷ୍ଟିକରେ। ନିଁଆରେ ପ୍ଲାସ୍ଟିକ ଜରି ଇତ୍ୟାଦି ଅଳିଆ ମଧ୍ୟ ଜଳୁ ଥାଏ, ତାହାରୁ ବାହାରୁଥିବା ଅତି ବିଷାକ୍ତ ଧୂଁଆରେ ନିଶ୍ବାସ ନେବାକୁ ବାଧ୍ୟ ହୁଅନ୍ତି ଲୋକେ, ଏବଂ ଶ୍ବାସ ଜନିତ, ହୃଦ ରୋଗ, ଆସ୍ଥମା, କାଶ, ଏଲର୍ଜୀ, ବ୍ରୋଙ୍କାଇଟିସ, ରକ୍ତ ଚାପ... ଇତ୍ୟାଦି ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଊଛନ୍ତି। ପ୍ରାତଃକାଳ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହୋଇଯାଏ।

ମଣିଷ କିଛି ନ ଖାଇଲେ କିଛି ଦିନ, କିଛି ପାଣି ନ ପିଇଲେ କିଛି ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ପାରେ। କିନ୍ତୁ ଶ୍ବାସ-ପ୍ରଶ୍ବାସ ନ ନେଲେ କିଛି ମିନଟ ମଧ୍ୟ ବଞ୍ଚି ପାରିବ ନାହିଁ। ଏଣୁ ବାୟୁ ପ୍ରଦୂଷିତ କରିବା ସବୁଠୁ ବଡ଼ ପାପ କର୍ମ ଅଟେ। ଭୁବନେଶ୍ବର ଅନେକ ଶିକ୍ଷିତ ଓ ବିଦ୍ବାନ ନାଗରିକ ମଧ୍ୟ ଅଳିଆ ଇତ୍ୟାଦି ନେ ନିଁଆ ଲଗାଇ ପୋଡ଼ିଦେଉଥିବାରେ ଦେଖାଜାଏ।

ବିଶ୍ବର ଅନେକ ସଭ୍ୟ ନଗରମାଙ୍କରେ ଏବଂ ଭାରତରେ ମୁମ୍ବାଇ, ଚେନ୍ନୈ, ବେଙ୍ଗଲୁରୁ ଇତ୍ୟାଦି ନଗର ମାନଙ୍କରେ ଅଳିଆ ଜାଳିବା ପ୍ରତିବନ୍ଧିତ କରା ଯାଇଅଛି। ଏବଂ ଅଳିଆ ଆବର୍ଜ୍ଜନା କୁ ପ୍ରସାଧିତ କରି ପୁନଃଉପଯୋଗ କରିବାର ବ୍ୟବସ୍ଥା ବା କାରଖାନା ଇତ୍ୟାଦି ଲଗା ଲଗାଯାଇଛି। ଅଳିଆ ଆବର୍ଜ୍ଜନାରୁ ଖତ ଏବଂ ବିଦ୍ୟୁତ ସୃଷ୍ଟି କରାଯାଉଛି।

ଉପରୋକ୍ତ ନଗରମାନଙ୍କର ଅନୁକରଣ କରି ଭୁବନେଶ୍ବର ନଗର ରେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ଜାଳିବା ପ୍ରତିବନ୍ଧିତ (BAN) କରିବା ପାଇଁ ବିବିନ୍ନ ପରିବେଶ ସୁରକ୍ଷା ମଞ୍ଚର ସଭ୍ୟମାନ ଏବଂ ଜାଗୃତ ନାଗରିକମାନଙ୍କ ଦ୍ବାରା ଦାବି କରାଜାଊଛି। କିନ୍ତୁ ନଗରପାଳିକା ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦେଖିବାକୁ ମିଳି ନାହିଁ।

Thursday, April 26, 2007

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ
ଚାରୁହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ।
ପୂତ-ପୟୋଧି-ବିଧୋତ-ଶରୀରା,
ତାଳତମାଲ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା

ଜନନୀ, ଜନନୀ, ଜନନୀ।

ଧନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତବରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,

ଜନନୀ, ଜନନୀ, ଜନନୀ।

ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା

ଜନନୀ, ଜନନୀ, ଜନନୀ।

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା

ଜନନୀ, ଜନନୀ, ଜନନୀ।

ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା

ଜନନୀ, ଜନନୀ, ଜନନୀ।

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ

ଜନନୀ, ଜନନୀ, ଜନନୀ।

-- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

(ଉତ୍କଳ ପ୍ରସଙ୍ଗ ସୌଜନ୍ୟରୁ)