Wednesday, May 2, 2007

ଭୁବନେଶ୍ବରରେ ଅଳିଆ ଜାଳିବା ପ୍ରତିବନ୍ଧିତ କରାଜାଉ...

ଭୁବନେଶ୍ବରରେ ଅଳିଆ ଜାଳିବା ପ୍ରତିବନ୍ଧିତ କରାଜାଉ...

ପୃଥ୍ବୀ ର ଉତ୍ତାପ ବୃଦ୍ଧି ସାଙ୍ଗକୁ ବର୍ତ୍ତମାନ ଭୁବନେଶ୍ବର ନଗରର ଉତ୍ତାପ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି। ସବୁ ସ୍କୂଲ କଲେଜମାନଙ୍କୁ ୧୦.୩୦ ରେ ବନ୍ଦ କରି ଛୁଟି କରିବା ପାଇଁ ସରକାରୀ ଆଦେଶ ଦିୟା ଜାଇଅଛି। ସମୁଦ୍ର ଉପ-କୂଲବର୍ତ୍ତୀ ଅଞ୍ଚଳ ହେବାରୁ ଏଠି ବାୟୁରେ ଆର୍ଦ୍ରତା(HUMIDITY) ଅଂଶ ଶତକଡ଼ା ୯୯ ଭାଗ ପର୍ଯ୍ୟନ୍ତ ବଢ଼ି ଜାଏ ଏବଂ ମଣିଷ ଝାଳରେ ଗାଧୋଇପଡ଼ି ଆଳୁ ପରି ସିଝିବାର କଷ୍ଟକର ଅନୁଭବ କରୁଛନ୍ତି।

ପରିବେଶ ସୁରକ୍ଷା ପାଇଁ ଅନେକ ଗଛ ଲଗାଜିବା, ବନ ସୃଜନ କାର୍ଯ୍ୟ ରେ ବହୁ ଅର୍ଥ ବ୍ୟୟ କରା ଜିବା ସତ୍ତ୍ବେ ସେଥିରୁ କେତେ ଚାରା ବଞ୍ଚିଲା, କେତେ ବଡ଼ ହେଲା, କେତେ ମରିଗଲା... ଏହାର କୌଣସି ହିସାବ ରଖାଜାଏ ନାହିଁ।

ଓଡ଼ିଶାର ରାଜଧାନୀ ଭୂବନେଶ୍ବର ନଗରରେ ଅଳିଆ ଆବର୍ଜନାକୁ ବହିନେଇ ବିଭିନ୍ନ ଖାଲ ଜାଗାମାନଙ୍କରେ ପକାଇ ଦିୟା ଜିବାର ବ୍ୟବସ୍ଥା ନଗରପାଳିକା ତରଫରୁ କିଛି ପରିମାଣରେ କରାଜାଇଛି, କିନ୍ତୁ ଏହାର ପୁନଃ ଉପଯୋଗ କରିବାର କୌଣସି ଉପଯୁକ୍ତ ବ୍ୟବସ୍ଥା ବର୍ତ୍ତମାନସୁଧା ହୋଇ ନାହିଁ। ଶହୀଦନଗରରେ ଏକ ଘରୋଇ ସଂସ୍ଥା ତରଫରୁ ଅଳିଆ ଆବର୍ଜ୍ଜନାରୁ ଖତ ତିଆରି କରିବାପାଇଁ ଅଳ୍ପ ପରିମାଣର କିଛି କାର୍ଯ୍ୟ କରାଜିବାର କୁହାଯାଏ।

ନଗରପାଳିକା ତରଫରୁ ପ୍ରତିଦିନ ସକାଳେ ରାସ୍ତା ଘାଟ ସଫା ସୁଥୁରା କରିବା ପାଇଁ କିଛି ସ୍ଥାୟୀ କର୍ମଚାରୀ ନିଯୁକ୍ତ ଅଛନ୍ତି, ତୋ କିଛି ପରିମାଣର ଏହି କାର୍ଯ୍ୟ ଠିକାଦାର କର୍ମଚାରୀ ମାନଙ୍କ ମାଧ୍ୟମରେ କରାଯାଏ। କିନ୍ତୁ ଅଳିଆ ଆବର୍ଜ୍ଜନା କୁ ବୋହି ନେଇ ଯିବାର ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଦେଖା ଯାଏ ଯେ ଏହି ନଗରପାଳିକା କର୍ମଚାରୀମାନେ ସକାଳେ ଅଳିଆ ଗୁଡ଼ା ଗଳିମାନଙ୍କରେ ବିଭିନ୍ନ ଜାଗାରେ ଏକାଠି କରି ନିଁଆ ଲଗେଇ ଦେଇ ପଳାଇ ଜାନ୍ତି।

ଅଳିଆରେ ଲାଗି ଥିବା ନିଁଆରୁ ଘଣ୍ଟା-ଘଣ୍ଟା ସମୟ ଧରି ବିଷାକ୍ତ ଧୁଁଆ ଉଡ଼ି ଆଖ-ପାଖ ଘରମାନଙ୍କରେ ପ୍ରବେଶ କରି ଦୁର୍ଗନ୍ଧ ସହ ଆଖିରେ ପୋଡ଼ା ଜଳା ସୃଷ୍ଟିକରେ। ନିଁଆରେ ପ୍ଲାସ୍ଟିକ ଜରି ଇତ୍ୟାଦି ଅଳିଆ ମଧ୍ୟ ଜଳୁ ଥାଏ, ତାହାରୁ ବାହାରୁଥିବା ଅତି ବିଷାକ୍ତ ଧୂଁଆରେ ନିଶ୍ବାସ ନେବାକୁ ବାଧ୍ୟ ହୁଅନ୍ତି ଲୋକେ, ଏବଂ ଶ୍ବାସ ଜନିତ, ହୃଦ ରୋଗ, ଆସ୍ଥମା, କାଶ, ଏଲର୍ଜୀ, ବ୍ରୋଙ୍କାଇଟିସ, ରକ୍ତ ଚାପ... ଇତ୍ୟାଦି ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଊଛନ୍ତି। ପ୍ରାତଃକାଳ ରାସ୍ତାରେ ଚାଲିବା ମଧ୍ୟ କଷ୍ଟକର ହୋଇଯାଏ।

ମଣିଷ କିଛି ନ ଖାଇଲେ କିଛି ଦିନ, କିଛି ପାଣି ନ ପିଇଲେ କିଛି ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ପାରେ। କିନ୍ତୁ ଶ୍ବାସ-ପ୍ରଶ୍ବାସ ନ ନେଲେ କିଛି ମିନଟ ମଧ୍ୟ ବଞ୍ଚି ପାରିବ ନାହିଁ। ଏଣୁ ବାୟୁ ପ୍ରଦୂଷିତ କରିବା ସବୁଠୁ ବଡ଼ ପାପ କର୍ମ ଅଟେ। ଭୁବନେଶ୍ବର ଅନେକ ଶିକ୍ଷିତ ଓ ବିଦ୍ବାନ ନାଗରିକ ମଧ୍ୟ ଅଳିଆ ଇତ୍ୟାଦି ନେ ନିଁଆ ଲଗାଇ ପୋଡ଼ିଦେଉଥିବାରେ ଦେଖାଜାଏ।

ବିଶ୍ବର ଅନେକ ସଭ୍ୟ ନଗରମାଙ୍କରେ ଏବଂ ଭାରତରେ ମୁମ୍ବାଇ, ଚେନ୍ନୈ, ବେଙ୍ଗଲୁରୁ ଇତ୍ୟାଦି ନଗର ମାନଙ୍କରେ ଅଳିଆ ଜାଳିବା ପ୍ରତିବନ୍ଧିତ କରା ଯାଇଅଛି। ଏବଂ ଅଳିଆ ଆବର୍ଜ୍ଜନା କୁ ପ୍ରସାଧିତ କରି ପୁନଃଉପଯୋଗ କରିବାର ବ୍ୟବସ୍ଥା ବା କାରଖାନା ଇତ୍ୟାଦି ଲଗା ଲଗାଯାଇଛି। ଅଳିଆ ଆବର୍ଜ୍ଜନାରୁ ଖତ ଏବଂ ବିଦ୍ୟୁତ ସୃଷ୍ଟି କରାଯାଉଛି।

ଉପରୋକ୍ତ ନଗରମାନଙ୍କର ଅନୁକରଣ କରି ଭୁବନେଶ୍ବର ନଗର ରେ ମଧ୍ୟ ଅଳିଆ ଆବର୍ଜ୍ଜନାକୁ ଜାଳିବା ପ୍ରତିବନ୍ଧିତ (BAN) କରିବା ପାଇଁ ବିବିନ୍ନ ପରିବେଶ ସୁରକ୍ଷା ମଞ୍ଚର ସଭ୍ୟମାନ ଏବଂ ଜାଗୃତ ନାଗରିକମାନଙ୍କ ଦ୍ବାରା ଦାବି କରାଜାଊଛି। କିନ୍ତୁ ନଗରପାଳିକା ଦ୍ବାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦେଖିବାକୁ ମିଳି ନାହିଁ।

2 comments:

DIPTIRANJAN JENA said...

ନିଶ୍ଚୟ ରୂପେ ଓଡିଆ ଭାଷାର ଏକ

DIPTIRANJAN JENA said...

ଓଡିଆ ଭାଷାକୁ ଏକ ନୂତନ ଦିଗନ୍ତ ପ୍ରତି ଅଗ୍ରଗତି କରାଉଥିବା ୟୁନିକୋଡ୍ ଫଣ୍ଟ ସମଗ୍ର ୱେବ୍ ଜଗତରେ ଏକ ବିପ୍ଳବ ସୃଷ୍ଟି କରିବ. ଏହାର ପ୍ରଥମ ପାହାଚ ଆପଣଙ୍କ ୱେବକୁ ଧରି ନିଆଯାଇ ପାରେ.
ନିଶ୍ଚୟ ରୂପେ ଏକ ଧନ୍ୟବାଦ ଯୋଗ୍ୟ ପଦକ୍ଷେପ . ଏହାର ବିକାଶ ଦିଗରେ ଚିନ୍ତା କରି ବିଭିନ୍ନ ପଠନ ଯୋଗ୍ୟ ନିବନ୍ଧ ଦେଇ ଏହାକୁ ଅଧିକ ଜଣାଶୁଣା କରାଯାଇ ପାରିବ.

ବନ୍ଦେ ଉତ୍କଳ ଜନନୀ