Saturday, November 19, 2011

Oriya rendering in Windows7

Windows-7, ରେ ପ୍ରଥମ ଥର ପାଈଁ ଓଡ଼ିଆ ୟୁନିକୋଡର ସୁବିଧା ଆସିପାରିଛି।

ଏଥିରେ ଓଡ଼ିଆ ପାଇଁ କଲିଂଗ kalinga ଫୋଂଟ ପ୍ରୟୋଗ ହେଉଛି। ଏଇଟା ଅତି ସୁନ୍ଦର ଏବଂ ସ୍ପଷ୍ଟ ଅଟେ।

Windows-7ର ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ Danda ଟାଇପ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କାରଣ ଓଡ଼ିଆ Danda ୟୁନିକୋଡ ରେ ଅଲଗାକରି କୋଡିଂଗ କରାଯାଇ ନାହିଁ। ଏହା ଦେବନାଗରୀ ୟୁନିକୋଡ ରୁ ହିଁ ଟାଇପ କରାଯାଏ। ଅନ୍ୟ ଓଡ଼ିଆ ଆଈ.ଏମ.ଈ. ରେ ଏହା ଦେବନାଦରୀ ରୁ ନିଆ ଜାଏ। କିନ୍ତୁ ଓଡ଼ିଆ ଫୋଂଟ ରେ ପୂର୍ଣ୍ଣଚ୍ଛେଦର ଗ୍ଲୀଫ ଏଛି। ସେଥିରୁ କାମ ଚଳି ଯାଏ।

ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ ର ବ୍ୟବସ୍ଥା କଲେ ଏହା ଟାଇପ କରାଯାଇପାରେ। କିନ୍ତୁ କଳିଂଗ ଫୋଂଟ ରେ ଆ-କାର ମାତ୍ରା ଏବଂ ପୂର୍ଣ୍ଣଚ୍ଛେଦ ଏକାପ୍ରକାର ଦେଖାଯାଏ ଏବଂ ଭ୍ରମ ସୃଷ୍ଟି କରେ। ପୂର୍ଣ୍ଣଚ୍ଛେଦ ପୂର୍ବରୂ କିଛି ସ୍ପେସ ଦେଲେ ଏବଂ ଏହାକୁ ଆକାର-ମାତ୍ରାରୁ ଟିକେ ଅଧିକା ଉଚ୍ଚା କଲେ ଭଲ ହୁଅନ୍ତା।

ପୁନଶ୍ଚ କଳିଂଗ ଫୋଂଟ ରେ- 'ୱ' ଫଳା U0B4D+U0B71 ଅର୍ଥାତ୍ ହଲନ୍ତ ଏବଂ 'ୱ' ଅକ୍ଷର ଟାଇପ କଲେ ଆସେ,ଯାହା କି ମଧୁ ବାବୂଙ୍କ ବର୍ଣ୍ଣବୋଧ ଅନୁସାରେ ଠିକ ଅଟେ। ଯଥା-

ଜ୍ୱାଲା, ଦ୍ୱାରିକା, ପକ୍ୱ, ତତ୍ୱ, ବିଶ୍ୱ

କିନ୍ତୁ, CDACର ଏବଂ ଅନ୍ୟ ମାନଙ୍କର ଓଡ଼ିଆ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ ଆସେ। ଏବା ପ୍ରଚଳିତ ପାଠ୍ୟ ଅନୁସାରେ ଠିକ, କିନ୍ତୁ 'ବ' ଏବଂ 'ୱ' ରେ ଭ୍ରମ ସୃଷ୍ଟି କରେ। କଲିଂଗ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ 'ବ' ଫଳା ଆସେ, ଯାହା ଧ୍ୱନି ବିଜ୍ଞାନ ଅନୁସାରେ ଠିକ, ଯଥା

ଜ୍ବାଲା, ଦ୍ବାରିକା, ପକ୍ବ, ତତ୍ବ, ବିଶ୍ବ, ବୁଦ୍ବୁଦ

ସମସ୍ତ ଫୋଂଟ ନିର୍ମାତାଙ୍କୁ ୟୁନିକୋଡ ରେ ଏକ ନିଶ୍ଚିତ ପଦ୍ଧତି ଅନୁସରଣ କରିବା ଉଚିତ।

ଓଡ଼ିଶା ସରକାରଙ୍କ ପ୍ରତିନିଧି ଅନ୍ୟ ଓଡ଼ିଆ ଫୋଣ୍ଟ ନିର୍ମାତାଙ୍କୁ 'କଲିଂଗ' ଫୋଂଟର ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।