Showing posts with label Oriya Computing. Show all posts
Showing posts with label Oriya Computing. Show all posts

Sunday, January 26, 2014

Windows 8.1 ରେ ଓଡ଼ିଆ ଠିକ ଟାଇପ ହେଉଛି

In Windows 8.1 Odia default input and rendering is correct.


Windows 7 ରେ ଓଡ଼ିଆ ଲିପିରେ କମ୍ପ୍ୟୁଟରରେ ଟାଇପ କରିବାରେ ଅନେକ ସମସ୍ୟା ଥିଲା। ଅନେକ ବର୍ଣ୍ଣ ବା ଯୁକ୍ତାକ୍ଷର ଠିକ ଟାଇପ ଭାବେ ଟାଇପ ହେଇ ପାରୁ ନଥିଲା।

କିନ୍ତୁ Windows 8.1 ରେ ଏବେ ସବୁ ଅକ୍ଷର ଏବଂ ଯୁକ୍ତାକ୍ଷର ଠିକ ଭାବେ ଟାଇପ କରି ହେଉଛି।

ଜଣେ ପ୍ରଶ୍ନ କରିଥିଲେ ଯେ ଆଗରୁ CDAC-ର LEAP OFFICE ଏବଂ ISM OFFICE ସଭ୍ଟୱେବର ମାନଙ୍କରେ

ସବୁ ଅକ୍ଷର ଉପର ହର୍ଶ୍ୱ ଇ ର ମାତ୍ରା ଲାଗୁଥିଲା, କିନ୍ତୁ ୱିଣ୍ଡୋଜର ଡିଫୋଲ୍ଟ କୀବୋର୍ଡ ରେ କଳିଙ୍ଗ ଫୋଣ୍ଟରେ ଟାଇପ କରିବା ବେଳେ

କି ଗି ଘି ଙି ଚି ଛି ଜି ଝି ଢି ଟି ଠି ଡି ଢି ଣି ତି ଦି ନି ପି ଫି ବି ଭି ମି ଯି ୟି ରି ଳି ଲି ବି ୱି ଶି ଷି ସି ହି

ରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ହେଉଅଛି।

କିନ୍ତୁ

ଖି ଥି ଧି

ବର୍ଣମାନଙ୍କରେ ଇ-ମାତ୍ରା (ି) ଉପର-ପଟେ ପ୍ରକଟ ନ ହୋଇ ତଳ-ପଟେ ପ୍ରକଟ ହେଉଅଛି।

ଏହି ବର୍ଣମାନଙ୍କରେ ମଧ୍ୟ ତଳପଟେ ମାତ୍ରା କେମିତି ଟାଇପ କରି ହେବ?

ଏହା ଏମିତି ଟାଇପ କଲେ ହୋଇପାରିବ।

ଖ ଟାଇପ କରି ତାପରେ Control+Shift ଚିପି ଧରି 2 ଟାଇପ କରନ୍ତୁ

ଅର୍ଥାତ୍ ଖ+ZWNJ+ି

ଟାଇପ କଲେ

ଖ‌ି
ଟାଇପ ହୋଇପାରିବ।

ଏହି ପରି

ଥ‌ି, ଧ‌ି

ମଧ୍ୟ ଟାଇପ କରିହେବ। ଖ, ଥ ଓ ଧ ରେ ଇ-ମାତ୍ରା (ି) ଉପର ପଟେ ପ୍ରକଟ କରିହେବ।

(2)

ଆଉ ଜଣେ ବନ୍ଧୁ ପ୍ରଶ୍ନ କରିଥିଲେ-

ର+୍+କ = ର୍କ ପରି ସବୁ ରେଫ ସବୁ ବର୍ଣ୍ଣ ରେ ଏପରି ପ୍ରକଟ ହୁଏ।

ର୍କ ର୍ଖ ର୍ଗ ର୍ଘ ର୍ଙ ର୍ଚ ର୍ଛ ର୍ଜ ର୍ଝ ର୍ଞ ର୍ଟ ର୍ଠ ର୍ଡ ର୍ଢ ର୍ଣ ର୍ତ ର୍ଥ ର୍ଦ ର୍ଧ ର୍ନ ର୍ପ ର୍ଫ ର୍ବ ର୍ଭ ର୍ମ ର୍ଯ ର୍ୟ ର୍ର ର୍ଳ ର୍ଲ ର୍ୱ ର୍ଶ ର୍ଷ ର୍ସ ର୍ହ

ପୁଣି କ+୍+ୟ = କ୍ୟ ପରି ସବୁ ବର୍ଣ୍ଣ ରେ 'ୟ-ଫଳା' ପ୍ରକଟ ହୁଏ। ଯଥା-

କ୍ୟ ଖ୍ୟ ଗ୍ୟ ଘ୍ୟ ଙ୍ୟ ଚ୍ୟ ଛ୍ୟ ଜ୍ୟ ଝ୍ୟ ଞ୍ୟ ଟ୍ୟ ଠ୍ୟ ଡ୍ୟ ଢ୍ୟ ଣ୍ୟ ତ୍ୟ ଥ୍ୟ ଦ୍ୟ ଧ୍ୟ ନ୍ୟ ପ୍ୟ ଫ୍ୟ ବ୍ୟ ଭ୍ୟ ମ୍ୟ ଯ୍ୟ ର୍ୟ ଳ୍ୟ ଲ୍ୟ ୱ୍ୟ ଶ୍ୟ ଷ୍ୟ ସ୍ୟ ହ୍ୟ

ଏଠାରେ ର୍ୟ ରୂପରେ ପ୍ରକଟ ନ ହୋଇ ର‍୍ୟ ରୁପେ କେମିତି ପ୍ରକଟ ହୋଇ ପାରିବ?

ଏହା ପାଇଁ ଏମିତି ଟାଇପ କରନ୍ତୁ--

ର+ZWJ+୍+ୟ ଟାଇପ କରନ୍ତୁ

ଅର୍ଥାତ୍ ଟାଇପ କରିଲା ପରେ Control+Shift ଚିପି ଧରି 1 ଟାଇପ କରନ୍ତୁ ଏବଂ ଏହାପରେ ହଲନ୍ତ (୍) ଟାଇପ କରି ୟ ଟାଇପ କରନ୍ତୁ। ଏହା ଏପରି ପ୍ରକଟ ହୋଇପାରିବ।

ର‍୍ୟ






Tuesday, May 15, 2012

ଏଡୋବେ ଈନଡିଜାଇନରେ ଓଡ଼ିଆ ଭାଷା ସମର୍ଥନ ଆସିଲା

Indic Support in InDesign CS6
ଏଡୋବେ ଈନଡିଜାଇନରେ ଓଡ଼ିଆ ଭାଷା ସମର୍ଥନ ଆସିଲା

ଭାରତୀୟ ମୁଦ୍ରଣ ଏବଂ ପ୍ରକାଶନ ଉଦ୍ୟୋଗମାନଙ୍କ ପାଇଁ ଏହା ଏକ ବଡ଼ ଖୁଶୀଖବର ଯେ ଏଡୋବେ ଇନଡିଜାଇନ କ୍ରିଏଟିଭ ଶୂଟ-6 ରେ ୟୁନିକୋଡ ମାନଦଣ୍ଡ ସମର୍ଥିତ ଓଡ଼ିଆ ଓପେନ ଟାଇପ ଫୋଣ୍ଟ ରେ ମଧ୍ୟ ପାରମ୍ପରିକ ରୂପରେ ଅକ୍ଷର ବା ଯୁକ୍ତାକ୍ଷରମାନଙ୍କ ସ୍ପଷ୍ଟ ପରିଦର୍ଶନ ଏବଂ ମୁଦ୍ରଣ କରିବାର ସୁବିଧା ରିଲୀଜ ହେବାର ଘୋଷଣା କରାଯାଇଅଛି।

ଏହା ପୂର୍ବରୁ ଡି.ଟି.ପି. ଏବଂ ଛପାଇବା ପାଇଁ ପେଜ-ଡିଜାଇନ କରିବା ପାଇଁ ପୁରୁଣା ପେଜମେକର ଇତ୍ୟାଦି ସଫ୍ଟୱେୟର ରେ ୟୁନିକୋଡ ରେ ପାଠ୍ୟ ସଂଯୋଜନା ହେଇପାରୁ ନଥିଲା। ସେଥିପାଇଁ ୱେବସାଇଟରେ ଦେବା ପାଠ୍ୟ କୁ ୟୁନିକୋଡରେ ଏବଂ ମୁଦ୍ରିତ ଖବରକାଗଜମାନଙ୍କରେ ପୁରୁଣା ASCII ଆଧାରିତ 8-ବିଟ ଫୋଂଟ ରେ କାର୍ୟ୍ୟ କରିବାକୁ ପଡ଼ୁଥିଲା। ଏବଂ ଦୁଣ ଫୋଣ୍ଟ ପ୍ରଣାଲୀ ମଧ୍ୟରେ ପରିବର୍ତ୍ତନ କରିବାପାଇଁ ବିଭିନ୍ନ ଉପକରଣର ସାହାଜ୍ୟ ନେବାକୁ ପଡ଼ୁଥିଲା ଏବଂ ବାରମ୍ବାର ପାଠ୍ୟ କୁ ପ୍ରୂଫ ରୀଡିଂଗ ଏବଂ ସମ୍ପାଦନ କରିବାକୁ ପଡ଼ୁଥିଲା।

ଏବେ ସମସ୍ତେ ବିଶ୍ୱସ୍ତରୀୟ ୟୁନିକୋଡ ମାନଦଣ୍ଡ ସମର୍ଥିତ ଫୋଣ୍ଟରେ ଓଡ଼ିଆ ରେ ଠିକ ପ୍ରଦର୍ଶନ ଏବଂ ମୁଦ୍ରଣ କରିପାରିବେ। ଏହି ସଫ୍ଟୱେବର ରେ ୱର୍ଲ୍ଡ ରେଡ୍ଡୀ କମ୍ପୋଜର (WRC) ମାଧ୍ୟମରେ ଏହି ବ୍ୟବସ୍ଥା ଠିକ କରାଯାଇଅଛି। ଓଡ଼ିଆ ଲିପିକୁ ଡିଫୋଲ୍ଟ ରୂପରେ ମଧ୍ୟ ସେଟ କରିବାପାଇଁ ପ୍ରିଫରେନ୍ସେସ ରେ ବିକଲ୍ପ ଚୟନ ପାଇଁ ସୁବିଧା ଦିଆଛାଇଛି।

ଏଡୋବେ ସି.ଏସ.-6 ସଫ୍ଟୱେବର ପୈକେଜ 4 ପ୍ରକାର ସମୂହ ରେ ବଜାର ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଛି। ମାସ୍ଟର କଲେକ୍ଶନ (. 1.56 ଲକ୍ଷ), ଜିଜାଇନ, ୱେବ ପ୍ରିମିୟମ ଏବଂ ପ୍ରୋଡକ୍ଶନ ପ୍ରିମିୟମ (. 1.14 ଲକ୍ଷ) ଏବଂ ଡିଜାଇନ ସ୍ଟାଣ୍ଡର୍ଡ (. 78,288). ଏହି ମଲ୍ୟ ଭାରତୀୟ ଛୋଟ ପ୍ରେସ ମାନଙ୍କପାଇଁ ବହୁତ ଅଧିକ ମନେ ହୁଏ। କିନ୍ତୁ ଏଡୋବେକୁ ଏହି ସଫ୍ଟୱେବର ମାଧ୍ୟମରେ ଭାରତୀୟ ବଜାର ରୁ ଏକ ହଜାର କୋଟି ଡଲରରୁ ଅଧିକର ବିକ୍ରୟ-ଆୟ ହେବାର ଆଶା ଅଛି।

ସନ୍ଦର୍ଭ ଦେଖନ୍ତୁ -- http://www.thehindu.com/sci-tech/article3349487.ece

Saturday, November 19, 2011

Oriya rendering in Windows7

Windows-7, ରେ ପ୍ରଥମ ଥର ପାଈଁ ଓଡ଼ିଆ ୟୁନିକୋଡର ସୁବିଧା ଆସିପାରିଛି।

ଏଥିରେ ଓଡ଼ିଆ ପାଇଁ କଲିଂଗ kalinga ଫୋଂଟ ପ୍ରୟୋଗ ହେଉଛି। ଏଇଟା ଅତି ସୁନ୍ଦର ଏବଂ ସ୍ପଷ୍ଟ ଅଟେ।

Windows-7ର ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ Danda ଟାଇପ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। କାରଣ ଓଡ଼ିଆ Danda ୟୁନିକୋଡ ରେ ଅଲଗାକରି କୋଡିଂଗ କରାଯାଇ ନାହିଁ। ଏହା ଦେବନାଗରୀ ୟୁନିକୋଡ ରୁ ହିଁ ଟାଇପ କରାଯାଏ। ଅନ୍ୟ ଓଡ଼ିଆ ଆଈ.ଏମ.ଈ. ରେ ଏହା ଦେବନାଦରୀ ରୁ ନିଆ ଜାଏ। କିନ୍ତୁ ଓଡ଼ିଆ ଫୋଂଟ ରେ ପୂର୍ଣ୍ଣଚ୍ଛେଦର ଗ୍ଲୀଫ ଏଛି। ସେଥିରୁ କାମ ଚଳି ଯାଏ।

ଓଡ଼ିଆ କୀ-ବୋର୍ଡ ରେ ପୂର୍ଣ୍ଣଚ୍ଛେଦ ର ବ୍ୟବସ୍ଥା କଲେ ଏହା ଟାଇପ କରାଯାଇପାରେ। କିନ୍ତୁ କଳିଂଗ ଫୋଂଟ ରେ ଆ-କାର ମାତ୍ରା ଏବଂ ପୂର୍ଣ୍ଣଚ୍ଛେଦ ଏକାପ୍ରକାର ଦେଖାଯାଏ ଏବଂ ଭ୍ରମ ସୃଷ୍ଟି କରେ। ପୂର୍ଣ୍ଣଚ୍ଛେଦ ପୂର୍ବରୂ କିଛି ସ୍ପେସ ଦେଲେ ଏବଂ ଏହାକୁ ଆକାର-ମାତ୍ରାରୁ ଟିକେ ଅଧିକା ଉଚ୍ଚା କଲେ ଭଲ ହୁଅନ୍ତା।

ପୁନଶ୍ଚ କଳିଂଗ ଫୋଂଟ ରେ- 'ୱ' ଫଳା U0B4D+U0B71 ଅର୍ଥାତ୍ ହଲନ୍ତ ଏବଂ 'ୱ' ଅକ୍ଷର ଟାଇପ କଲେ ଆସେ,ଯାହା କି ମଧୁ ବାବୂଙ୍କ ବର୍ଣ୍ଣବୋଧ ଅନୁସାରେ ଠିକ ଅଟେ। ଯଥା-

ଜ୍ୱାଲା, ଦ୍ୱାରିକା, ପକ୍ୱ, ତତ୍ୱ, ବିଶ୍ୱ

କିନ୍ତୁ, CDACର ଏବଂ ଅନ୍ୟ ମାନଙ୍କର ଓଡ଼ିଆ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ ଆସେ। ଏବା ପ୍ରଚଳିତ ପାଠ୍ୟ ଅନୁସାରେ ଠିକ, କିନ୍ତୁ 'ବ' ଏବଂ 'ୱ' ରେ ଭ୍ରମ ସୃଷ୍ଟି କରେ। କଲିଂଗ ଫୋଂଟ ରେ U0B4D+U0B2C ଅର୍ଥାତ୍ ହଲନ୍ତ ଏବଂ 'ବ' ଟାଇପ କଲେ 'ବ' ଫଳା ଆସେ, ଯାହା ଧ୍ୱନି ବିଜ୍ଞାନ ଅନୁସାରେ ଠିକ, ଯଥା

ଜ୍ବାଲା, ଦ୍ବାରିକା, ପକ୍ବ, ତତ୍ବ, ବିଶ୍ବ, ବୁଦ୍ବୁଦ

ସମସ୍ତ ଫୋଂଟ ନିର୍ମାତାଙ୍କୁ ୟୁନିକୋଡ ରେ ଏକ ନିଶ୍ଚିତ ପଦ୍ଧତି ଅନୁସରଣ କରିବା ଉଚିତ।

ଓଡ଼ିଶା ସରକାରଙ୍କ ପ୍ରତିନିଧି ଅନ୍ୟ ଓଡ଼ିଆ ଫୋଣ୍ଟ ନିର୍ମାତାଙ୍କୁ 'କଲିଂଗ' ଫୋଂଟର ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଇ ପାରନ୍ତି।