ବନ୍ଦେ ଉତ୍କଳ ଜନନୀ
ଚାରୁହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ।
ପୂତ-ପୟୋଧି-ବିଧୋତ-ଶରୀରା,
ତାଳତମାଲ-ସୁଶୋଭିତ-ତୀରା,
ଶୁଭ୍ରତଟିନୀକୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ।
ଧନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତବରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ।
ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ରା,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,
ଯୋଗୀଋଷିଗଣ-ଊଟଜ-ପବିତ୍ରା
ଜନନୀ, ଜନନୀ, ଜନନୀ।
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳି-ଶୋଭିତ-ବେଶା,
ପୁଣ୍ୟ ତୀର୍ଥଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ।
ଉତ୍କଳ ସୁରବର-ଦର୍ପିତ-ଗେହା,
ଅରିକୂଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା
ଜନନୀ, ଜନନୀ, ଜନନୀ।
କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,
ଭୁବନବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ
ଜନନୀ, ଜନନୀ, ଜନନୀ।
-- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
(ଉତ୍କଳ ପ୍ରସଙ୍ଗ ସୌଜନ୍ୟରୁ)
Thursday, April 26, 2007
Subscribe to:
Post Comments (Atom)
2 comments:
can you send me hindi translation of oriya poem and article for www.srijangatha.com, one great hindi web-zine,
thanks
here j.p.rath
ବନ୍ଦେ ଉତ୍କଳଜନନି! ଚାରୁହାସମୟି ଚାରୁଭାଷମୟି ଜନନି ଜନନି ଜନନି! ପୂତପୟୋଧିବିଧୌତଶରୀରେ!ତାଳତମାଳସୁଶୋଭିତତୀରେ! ଶୁଭ୍ରତଟିନୀକୂଳଶୀକରସମୀରେ!ଜନନି ଜନନି ଜନନି! ଘନଘନବନଭୂମିରାଜିତଅଙ୍ଗେ!ନୀଳଭୂଧରମାଳାସଜ୍ଜିତରଙ୍ଗେ! କଳକଳମୁଖରିତଚାରୁବିହଙ୍ଗେ!ଜନନି ଜନନି ଜନନି! ସୁନ୍ଦରଶାଳିସୁଶୋଭିତକ୍ଷେତ୍ରେ!ଜ୍ଞାନବିଜ୍ଞାନପ୍ରଦର୍ଶିତନେତ୍ରେ! ଯୋଗୀଋଷିଗଣଉଟଜପବିତ୍ରେ!ଜନନି ଜନନି ଜନନି! ସୁନ୍ଦରମନ୍ଦିରମଣ୍ଡିତଦେଶେ!ଚାରୁକଳାବଳିଶୋଭିତବେଶେ! ପୁଣ୍ୟତୀର୍ଥଚୟପୂର୍ଣପ୍ରଦେଶେ!ଜନନି ଜନନି ଜନନି! ଉତ୍କଳଶୂରବରଦର୍ପିତଗେହେ!ଅରିକୁଳଶୋଣିତଚର୍ଚିତଦେହେ! ବିଶ୍ୱଭୂମଣ୍ଡଳକୃତବରସ୍ନେହେ!ଜନନି ଜନନି ଜନନି! କବିକୁଳମୌଳିସୁନନ୍ଦନବନ୍ଦ୍ୟେ!ଭୁବନବିଘୋଷିତକୀର୍ତ୍ତିଅନିନ୍ଦ୍ୟେ! ଧନ୍ୟେ!ପୁଣ୍ୟେ!ଚିରଶରଣ୍ୟେ!ଜନନି ଜନନି ଜନନି!
Post a Comment